ବାଣପୁର(ଆମ ଅଧିକାର )ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ବ୍ଲକ ନିକଟସ୍ଥ ପଲଟଣ ପଡିଆ କୃତିବାସ ଭବନ ଠାରେ ସୋମବାର ଆସନ୍ତା ୮ ତାରିଖ ଦିନ ଓଡିଶା ବନ୍ଦ ଓ ଗଣତନ୍ତ୍ର ବଞ୍ଚାଅ ସପ୍ତାହ ପାଳନ ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ତଥା ଖୋର୍ଦ୍ଧା ଜିଲ୍ଲା ସେବାଦଲର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ପ୍ରସ୍ତୁତି ବୈଠକ ପାଳନ ହୋଇଛି I ଏହି ପ୍ରସ୍ତୁତି ବୈଠକରେ ଚିଲିକା ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ I ଏଥିରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ପ୍ରିୟବ୍ରତ ସାମନ୍ତରାୟ ଯୋଗ ଦେଇ ଚାରଟି ଦାବିକୁନେଇ ଓଡିଶା ବନ୍ଦକୁ ନେଇ ଡାକରା ଦିଆଯାଇଛି (୧) ଏମ ଏମ ଡିଆର ନୂଆ ଆଇନକୁ ପ୍ରତ୍ୟାହାର ଦାବି (୨) ଇଲେକ୍ସନ କମିଶନର ଜ୍ୟାନେଶ କୁମାରଜି ଇସ୍ତଫା ଓ ଗିରଫ ଦାବି (୩) ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବି ଏବଂ ବନ୍ୟା ବିପର୍ଣ୍ଣଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାପାଇଁ ଏହି ଚାରୋଟି ଇସୁରେ ଓଡିଶା ବନ୍ଦ ଡାକରକୁ ସଫଳ କରିବା ପାଇଁ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ I ବାଣପୁର ଏନଏସି ସଭାପତି ବିଜୟ କୁମାର ରଥ, ବ୍ଲକ ସଭାପତି ଅକ୍ଷୟ କୁମାର ମହାପାତ୍ର, ଚିଲିକା ବ୍ଲକ ସଭାପତି ଉଗ୍ରସେନ ବିଶ୍ୱାଳ, ଯୁବ କଂଗ୍ରେସ ସଭାପତି ଗୋପୀନାଥ ରଣା, ଜୋନ ସଭାପତି ନୃସିଂହ ଉଦୟସିଂ, ରବୀନ୍ଦ୍ର ସାମନ୍ତରାୟ, ନକୁଳ ଶବର, ପୂର୍ଣ୍ଣ ଚନ୍ଦ୍ର ସାହୁ, ସୁଶାନ୍ତ ସ୍ୱାଇଁ, ବାଉରୀବନ୍ଧୁ ଦଳାଇ, ସନ୍ତୋଷ ଷଢଙ୍ଗୀ,ଗଙ୍ଗାଧର ଦାସ, ରବୀନ୍ଦ୍ର ସେଠି, ସଂକୁନ୍ତଳା ପ୍ରଧାନ, କଲ୍ୟାଣୀ ପ୍ରଧାନ, ମମତା ଜେନା ଆଦି ବହୁ କଂଗ୍ରେସ କର୍ମୀ ମାନେ ଯୋଗ ଦାନ କରିଥିଲେ I
ରିପୋର୍ଟ :କେଦାରନାଥ ସେନାପତି


