ରିପୋର୍ଟ – ମନୋଜ କୁମାର
ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୌରାଞ୍ଚଳରେ ଅଘଟଣ । ଦୁଇଜଣ ଯୁବକ ଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି ଏକ ନିର୍ଦ୍ଧିଷ୍ଟ ଗୋଷ୍ଟି ର କିଛି ଯୁବକ । ଏହି ଆକ୍ରମଣ ପଛରେ କଲେଜ ଛାତ୍ର ନିର୍ବାଚନ ଥିବା ସନ୍ଦେହ କରା ଯାଉଛି । ଅଭିଷେକ ପଣ୍ଡା ନାମକ ଜଣେ ଯୁବକ ଗୋଟିଏ ଜଳଖିଆ ଦୋକାନ ରେ ସକାଳେ ଜଳଖିଆ ଖାଉଥିବା ସମୟ ରେ ତାଙ୍କୁ ପ୍ରଥମେ କିଛି ଯୁବକ ଆକ୍ରମଣ କରିଥିଲେ । ଏବଂ ଏହି ଘଟଣା କୁ ନେଇ ଅଭିଷେକ ଙ୍କ ସହିତ କିଛି ସାଥୀ ସ୍ଥାନୀୟ ତ୍ରିନାଥ ମନ୍ଦିର ନିକଟ ରେ ଏକତ୍ରିତ ହୋଇ ଥାନାକୁ ଏତଲା ଦେବକୁ ଆଲୋଚନା କରୁଥିବା ସମୟ ରେ ଅନ୍ୟ ଗୋଷ୍ଟି ର ପ୍ରାୟ ତିରିଶି ଜଣ ଯୁବକ ପୁଣି ଥରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ରେ ଅବୁଦୁଲ ନାମକ ଜଣେ ବ୍ୟକ୍ତି ଦୀପ କମଲ ମହାପାତ୍ର ଙ୍କୁ ଛୁରୀ ରେ ଆକ୍ରମଣ କରିଥିଲା । ଆକ୍ରମଣ ରେ ଦୀପ କମଲ ର ପେଟ, ଛାତି, ଓ ଶରୀର ର ବିଭିନ୍ନ ସ୍ଥାନ ରେ ଗୁରୁତର ଆଘାତ ଲାଗିଛି । ଗତକାଲି କଲେଜ ନିର୍ବାଚନ ପାଇଁ ନାମାଙ୍କନ ରହିଥିଲା ଓ ସେହି ସମୟ ରୁ ଉତେଜନା ଲାଗି ରହିଥିଲା । ଆଜି ପ୍ରାର୍ଥିପତ୍ର ଯାଞ୍ଚ ଚାଲିଥିବା ବେଳେ ଦୁଇ ଗୋଷ୍ଟି ର ଅନ ଛାତ୍ର କଲେଜ ମଧ୍ୟରେ ପ୍ରବେଶ କରିଥିଲେ ଏବଂ ଏହା ପରେ ଏହି ଗଣ୍ଡଗୋଳ ର ସୂତ୍ରପାତ ହୋଇଥିଲା ବୋଲି ସୂଚନା ମିଳିଛି । ଅବଦୁଲ ଙ୍କ ନାମ ରେ ଥାନା ରେ ପୂର୍ବରୁ ବହୁ ଅପରାଧିକ ଅଭିଯୋଗ ରହିଛି । ତଥାପି ସେମାନେ ପୋଲିସ କୁ ଖାତିରି କରୁନାହାନ୍ତି। ପୋଲିସ ଏହି ଅପରାଧୀ ମାନଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦୀପ କମଲ ଅଭିଯୋଗ କରିଛନ୍ତି ।
ଏହି ଆକ୍ରମଣ ରେ ଦୁଇଜଣ ଅଣଛାତ୍ର ଆହତ ହୋଇଥିବାବେଳେ କୌଣସି କଲେଜ ଛାତ୍ର ଆହତ ହୋଇ ନାହାନ୍ତି । ବର୍ତ୍ତମାନ ଘଟଣା କୁ ନେଇ ଉମରକୋଟ ମେଡିକାଲ ରେ ଉତେଜନା ଜାରି ରହିଛି ।ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଗୁରୁତର ଆହତ ଦୀପ କମଲ ଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର କରାଯାଇଛି ଏବଂ ଆକ୍ରମଣ କରିଥିବା ଯୁବକ ଅବଦୁଲ କୁ ପୋଲିସ ଅଟକ ରଖିଛି ।


