ପରଜଙ୍ଗ, ୨୬/୦୯(ମାନସ ରଂଜନ ସାହୁ): ପରଜଙ୍ଗ, ରାଜ୍ୟରେ ଗଭୀର ଅବପାତ ଜନିତ ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ l ଢେଙ୍କାନାଳ ଜିଲ୍ଲା ବସୋଈ ଗ୍ରାମରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିଛି l ଗ୍ରାମର ର ଜତୀନ୍ଦ୍ର ସାହୁ ଙ୍କ ଘର ଲଗାଣ ବର୍ଷା କାରଣରୁ ଭୂଶୁଡି ପଡ଼ିଥିବା ଦେଖୁବାକୁ ମିଳିଛି। ସୂଚନା ମୂତାବକ ଜତୀନ୍ଦ୍ର ରାତିରେ ସୋଇଥିବା ବେଳେ ରାତି ପ୍ରାୟ ୪.୨୦ ମିନିଟ ରେ ହଠାତ ଘର ର କାନ୍ଥ ଭୁଶୁଡି ଯାଇଥିଲା ଏବଂ ଯତୀନ୍ଦ୍ର ଅଳ୍ପକେ ବର୍ତ୍ତୀ ଯାଇଥିଲେ l ଫଳରେ ଘରର ଆସବା ପତ୍ର କାନ୍ଥ ପଡି ଚାପି ହୋଇ ନଷ୍ଟ ହୋଇଯାଇଛି l ଏ ନେଇ ସ୍ଥାନୀୟ ପ୍ରଶାସନ ଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି l


