ରିପୋର୍ଟ – ମନୋଜ କୁମାର
ନବରଙ୍ଗପୁର ଜିଲ୍ଲାର ଉମରକୋଟ ରେ ମହାବିଦ୍ୟାଳୟ ର ଛାତ୍ର ନିର୍ବାଚନ ରୁ ଉପୁଜିଥିବା ଗଣ୍ଡଗୋଳ ରୁ ହୋଇଥିବା ଛୁରାମାଡ ଘଟଣାରେ ଉମରକୋଟ ପୋଲିସ ଆଜି ତିନିଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପ୍ରେସ ମିଟ ଜରିଆରେ ପ୍ରକାଶ କରିଛନ୍ତି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ ମହାବିଦ୍ୟାଳୟ ର ନିର୍ବାଚନୀ ହିଂସା ରୁ ଉପୁଜିଥିବା ଗଣ୍ଡଗୋଳ ରେ ଅବଦୁଲ ସେଖ୍ ନାମକ ବ୍ୟକ୍ତି ଯେ କି ଦିପକମଲ୍ ମହାପାତ୍ର ନାମକ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ଫଳରେ ସେ ଗୁରୁତର ଆହତ ହୋଇଥିଲେ।

ତାଙ୍କ ଲିଖିତ ଅଭିଯୋଗ କୁ ଭିତ୍ତି କରି ଉମରକୋଟ ପୋଲିସ କେସ ନମ୍ବର ୩୯୩/୨୬ ଓ ୩୯୪/୨୬ ଆଧାରରେ ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରରଖିଥିଲେ । ଆଜି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି, ସେମାନେ ହେଲେ ଅବଦୁଲ ସେଖ୍ (୩୦), ରାଜେଶ ହରିଜନ (୩୨) ଓ ମଳୟ ଦୀପ (୨୪) । ଆଗାମୀ ସମୟରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଥିବା ରୁ ପୋଲିସ ତରଫରୁ ସହରରେ ଚାରି ପ୍ଲାଟୁନ୍ ଫୋର୍ସ ମୁତୟନ କରିବା ସହିତ ପୋଲିସ ପେଟରୋଲିଂ କୁ ବୃଦ୍ଧି କରାଯାଇଛି ଓ ସହର ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରୟାସ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି।


