ମାଲକାନଗିରି: “ଆମ ଅଧିକାର” ଆୟଠାରୁ ଅଧିକ ସମ୍ପତ୍ତିଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ପଞ୍ଚାୟତ ସମିତିର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର ଦାଶଙ୍କ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି । ୨୭ ସେପ୍ଟେଟେମ୍ବର ୨୦୨୬ ର ଘଟଣା । ଭିଜିଲାନ୍ସର ଏକାଧିକ ଟିମ୍ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ମୋଟ ୬ଟି ସ୍ଥାନରେ ଏକସାଙ୍ଗରେ ତଲାସୀ ଆରମ୍ଭ କରିଛନ୍ତି । ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ଭିଜିଲାନ୍ସ ଟିମ୍ରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଭିଜିଲାନ୍ସ ପକ୍ଷରୁ ତଲାସୀ କରାଯାଉଥିବା ସ୍ଥାନଗୁଡ଼ିକ ହେଲା, ଭୁବନେଶ୍ୱର ବରମୁଣ୍ଡାସ୍ଥିତ ୪ ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରସ୍ଥିତ ୨ ମହଲା କୋଠା, ଗଞ୍ଜାମ ଜିଲ୍ଲା ବାସୁଦେବପୁର (ଗୋବରା) ସ୍ଥିତ ଏକ ଘର, ବ୍ରହ୍ମପୁର ଗଜପତି ନଗର ସ୍ଥିତ ପୈତୃକ ଘର, ମାଲକାନଗିରିରେ ଥିବା ଭଡ଼ାଘର, ମାଲକାନଗିରି ଡିଆରଡିଏ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ୍ ଚାମ୍ବର । ଭିଜିଲାନ୍ସର ଅନୁସନ୍ଧାନ ଜାରି ରହିଛି ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରୀଙ୍କ ରିପୋର୍ଟ ।


