Homeଅପରାଧଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ଧର୍ମଶାଳାର ଏବିଇଓ ଜୟଦେବ ଜେନା ।

ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ଧର୍ମଶାଳାର ଏବିଇଓ ଜୟଦେବ ଜେନା ।

ଯାଜପୁର: “ଆମ ଅଧିକାର” ୧୨ ଅକ୍ଟୋବର ଘଟଣା । ଯାଜପୁରର ଧର୍ମଶାଳା ସ୍ଥିତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଜୟଦେବ ଜେନାଙ୍କ ବିରୁଦ୍ଧରେ ଆୟ ତୁଳନାରେ ଅତ୍ୟଧିକ ଆୟ-ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି । ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୩ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୯ ଜଣ ଇନ୍‌ସ୍ପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ସ୍ଥିତ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଏକକାଳୀନ ଚଢ଼ଉ ଚାଲିଛି ।
୧) ପାତ୍ରପଡ଼ା, ଭୁବନେଶ୍ୱର ସ୍ଥିତ ତିନି ମହଲା ବିଶିଷ୍ଟ କୋଠା ।
୨) ପି. ନୂଆଗାଁ, ଗଞ୍ଜାମ ସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା ।
୩) ପି. ନୂଆଗାଁ, ଗଞ୍ଜାମ ସ୍ଥିତ ଅନ୍ୟ ଏକ କୋଠା ।
୪) ବୁରୁଝରି, ଗଞ୍ଜାମ ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର ।
୫) ଜନନୀ ବିହାର, ଖଣ୍ଡଗିରି, ଭୁବନେଶ୍ୱର ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର ।
୬) ଜାରକା, ଯାଜପୁର ସ୍ଥିତ ଭଡ଼ା ଘର ।
୭) ଜାରକା, ଯାଜପୁର ସ୍ଥିତ କାର୍ଯ୍ୟାଳୟ କକ୍ଷ ।
ଚଢ଼ଉ ଜାରି ରହିଛି ।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments