Homeଖୋର୍ଦ୍ଧାରଜତ ଜୟନ୍ତୀ ଉତ୍ସବ ଉପଲକ୍ଷେ( ଲୋଗ) ପ୍ରତୀକ ଚି଼ହ୍ନ ଉନ୍ମୋଚିତ  l

ରଜତ ଜୟନ୍ତୀ ଉତ୍ସବ ଉପଲକ୍ଷେ( ଲୋଗ) ପ୍ରତୀକ ଚି଼ହ୍ନ ଉନ୍ମୋଚିତ  l

ଖୋର୍ଦ୍ଧା ଜିଲ୍ଲା (ଆମ ଅଧିକା) ଜଟଣୀ ତା ୧୮-୧୦-୨୬ଜଟଣୀ ବ୍ଲକ ଅନର୍ଗତ ବିଶିଆପଡା ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରରଜତ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଉତ୍ସବର  ପ୍ରତୀକ ଚି଼ହ୍ନର ଶୁଭ ଉନ୍ମୋଚନ ହୋଇଯାଇଛି। ଜଟଣୀର ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୂଷଣ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତୀକ ଚି଼ହ୍ନର ଶୁଭ ଉନ୍ମୋଚନ କରି ଶିକ୍ଷା କ୍ଷେତ୍ରରେ ଶିଶୁ ମନ୍ଦିରର ଅବଦାନର ଉଚ୍ଚ ପ୍ରଂଶସା କରିଥିଲେ। ସମ୍ମାନୀୟ ଅତିଥି ଭାବେ ପଦ୍ମନାଭ ପାଣିଗ୍ରାହୀ ଓ ଜଟଣୀ ୟୁଥ ଫେଡେରେସନ ସଭାପତି ତଥା   ଯୁବ      ସମାଜସେଵୀ ଅନନ୍ତ ଶତପଥୀ ଯୋଗ ଦେଇଥିବା ବେଳେ ବିଶିଆପଡା ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ତ୍ରିଲୋଚନ ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗୋରାଚାନ୍ଦ ରାୟ ଅତିଥି ପରିଚୟ କରିବା ସହ ଆସନ୍ତା ଡିସେମ୍ବରମାସ ଶେଷ ସପ୍ତାହରେ ବିଦ୍ୟାଳୟର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ। ପରିଚାଳନା କମିଟିର ସମ୍ପାଦକ ଶ୍ରୀନିବାସ ବଳିୟାରସିଂହ ସମସ୍ତଙ୍କ ସହଯୋଗ କାମନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିରର ସମସ୍ତ ଗୁରୁମା ଗୁରୁଜୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

ଡେଲାଙ୍ଗ /ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ,।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments