ଖୋର୍ଦ୍ଧା ଜିଲ୍ଲା (ଆମ ଅଧିକାର )ତା ୨୨-୯-୨୬ଜଟଣୀ ସହରରେ ଚାଲିଥିବା ଶ୍ରୀ ଗଣେଶ ପୂଜା ମହୋତ୍ସବ ଅବସରରେ ଶରତ ପାଇକରାୟ ଷ୍ଟାଡିୟମ ପରିସରରେ କଳିଙ୍ଗ ଯୁବ ପରିଷଦ ସାଂସ୍କୃତିକ ମଞ୍ଚରେ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଡ଼ ସୁକାନ୍ତି ମହାପାତ୍ର ଓ ଅଙ୍କିତା ଶର୍ମାଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି କବିତା ଆସରରେ ଅଧ୍ୟାପିକା ଆରତୀ ସେନ ଓ ସ୍ୱସ୍ତିଦା ପାଲ କବିତା ଗୁଡିକୁ ସଂଯୋଜନା କରିଥିଲେ। ଏହି ଅବସରରେ କଳିଙ୍ଗ ଯୁବ ପରିଷଦର ସଭାପତି ରବି ନାରାୟଣ ଦାଶଙ୍କୁ କବି ଓ କବୟିତ୍ରୀମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ବରିଷ୍ଠ କବି ବିପିନ ବିହାରୀ ମହାନ୍ତି, ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ, ସୁଦର୍ଶନ ମହାପାତ୍ର,ରଶ୍ମିମୟୀ ପଟ୍ଟନାୟକ, ପ୍ରଦୀପ କୁମାର ଜେନା , ପ୍ରିୟଙ୍କା ମହାନ୍ତି, , ପଦ୍ମଲୋଚନ ସାହୁ, ପ୍ରଭାସ ଚନ୍ଦ୍ର ମଙ୍ଗରାଜ, କୈଳାସ ଚନ୍ଦ୍ର ପଣ୍ଡା, ସୌମ୍ୟ ରଞ୍ଜନ ମହାପାତ୍ର, ପାୟଲ ସ୍ୱାଇଁ,ସୌଦାମିନୀ ବେହେରା , ସଂଯୁକ୍ତା ପାତ୍ର , .ଦେବଯାନୀ ରାୟ, ଆଦିନାରାୟଣ ଖଣ୍ଡୁଆଳ ଓ ସାମ୍ବାଦିକ ନୀଳାମ୍ବର ମିଶ୍ର ପ୍ରମୁଖ ସ୍ୱରଚିତ କବିତାମାନ ପାଠ କରିଥିଲେ। କବି ସତ୍ୟବାଦୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଡେଲାଙ୍ଗରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଅଧିକାର।


