ବରଗଡ: “ଆମ ଅଧିକାର” ୨୨ ସେପ୍ଟେମ୍ବର, ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ ଅନ୍ତର୍ଗତ କଟାଭାଲ୍ ଗ୍ରାମ ପଞ୍ଚାୟତର ପିଇଓ ତଥା ଫିରିଙ୍ଗିମାଲ୍ ଓ ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତର ଅତିରିକ୍ତ ଦାୟିତ୍ୱରେ ଥିବା ପଇଓ କାର୍ତ୍ତିକେଶ୍ୱର ବେହେରାଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି । ଏହି ପରିପ୍ରେକ୍ଷୀରେ, ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ, ବରଗଡ଼ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୫ ଜଣ ଡିଏସ୍ପି ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲାର ନିମ୍ନଲିଖିତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି । ବରଗଡ଼ ଜିଲ୍ଲା ଗାଇସିଲେଟ୍ ନିକଟସ୍ଥ କାନ୍ଦାଗଡ଼ ଠାରେ ବେହେରାଙ୍କ ଦୁଇ ମହଲା ବିଶିଷ୍ଟ ବାସଗୃହ । ବରଗଡ଼ ଜିଲ୍ଲା କାନ୍ଦାଗଡ଼ ଠାରେ ଥିବା ଛଅଟି କକ୍ଷ ବିଶିଷ୍ଟ ଏକ ମାର୍କେଟ୍ କମ୍ପ୍ଲେକ୍ସ । ବରଗଡ଼ ଜିଲ୍ଲା କାନ୍ଦାଗଡ଼ ଠାରେ ଥିବା ତିନୋଟି କକ୍ଷ ବିଶିଷ୍ଟ ଏକ ଗୋଦାମ ଘର । ବରଗଡ଼ ଜିଲ୍ଲା ଗାଇସିଲେଟ୍ ଠାରେ ନିର୍ମାଣାଧୀନ ଚାରି ମହଲା ବିଶିଷ୍ଟ କୋଠା । ବରଗଡ଼ ଜିଲ୍ଲା କାନ୍ଦାଗଡ଼ ଠାରେ ଥିବା ତାଙ୍କ ପୈତୃକ ଗ୍ରାମର ଘର ବରଗଡ଼ ଜିଲ୍ଲା କଟାଭାଲ୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥିତ ପିଇଓଙ୍କ କକ୍ଷ । ଚଢ଼ାଉ ଜାରି ରହିଛି । ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରୀଙ୍କ ରିପୋର୍ଟ ।


