ଖୋରଧା: “ଆମ ଅଧିକାର” ଗତ ରବିବାର ୧୧ ଅକ୍ଟୋବର, ଶ୍ରୀ ଚୈତନ୍ୟ ରିସର୍ଚ୍ ଆସୋସିଏସନ ପକ୍ଷରୁ ଶ୍ରୀ ଚୈତନ୍ୟ ବିହାର ଠାରେ ବ୍ରଜର ସିଦ୍ଧ ମହାତ୍ମା, ସଂସ୍କାରକ, ବ୍ରଜରେ ପୃଥିବୀର ସର୍ବ ବୃହତ୍ ଗୋଶାଳା ସଞ୍ଚାଳକ, ବର୍ଶ।ଣାର ମହାନ୍ ସନ୍ଥ ପଦ୍ମଶ୍ରୀ ରମେଶ ବାବା ନିର୍ଯ୍ୟାଣ୍ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଚୈତନ୍ୟ ବିହାରରେ ଶୋକ ସଭାର ଆୟୋଜନ ହୋଇଥିଲା । ଶୋକ ସଭାରେ ଯୋଗଦାନ କରିଥିଲେ, ପଣ୍ଡିତ ଗୋପବନ୍ଧୁ ପଣ୍ଡା, ପ୍ରବଚକ ଜିତେନ୍ଦ୍ରିୟ ପ୍ରଧାନ, ଅନନ୍ତ ହରି ଦାସ, ଭକ୍ତି ଦଇତ ବୋଧାୟନ୍ ମହାରାଜ ପ୍ରମୁଖ । ସୋକ ସଭାରେ, ରମେଶ ବାବାଙ୍କ ସ୍ମୃତି ଚାରଣ କରାଯାଇଥିଲା । ସ୍ମୃତିଚାରଣରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜଗଦୀଶ ପ୍ରସାଦ ପଟ୍ଟନାୟକ, ଜୟ ନାରାୟଣ ପଟ୍ଟନାଯକ, ଜୋଗେସ୍ଵର୍ ସିଂହ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।କ।ଯ୍ୟକ୍ରମକୁ ସୁରେନ୍ଦ୍ର ପୃସ୍ଟି ସଞ୍ଜୋଜନା କରିଥିଲେ ।
ଖୋର୍ଦ୍ଧା ଜଟଣିରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ।


