Homeରାଜ୍ୟ ଖବରବଡ଼ତୋଟା ବେଲପଡ଼ା ହାଇସ୍କୁଲ ରେ ମେଧାବୀ ଅଭିନନ୍ଦନ ଉତ୍ସବ ପାଳିଲେ ।

ବଡ଼ତୋଟା ବେଲପଡ଼ା ହାଇସ୍କୁଲ ରେ ମେଧାବୀ ଅଭିନନ୍ଦନ ଉତ୍ସବ ପାଳିଲେ ।

ଜଟଣୀ: “ଆମ ଅଧିକାର” ଜଟଣୀ ଉପକଣ୍ଠ ବଡ଼ତୋଟା ବେଲପଡ଼ା ହାଇ ସ୍କୁଲରେ ୫ମ ମେଧାବୀ ଅଭିନନ୍ଦନ ଉତ୍ସବ ପ୍ରଧାନ ଶିକ୍ଷକ ଉଗ୍ରସେନ ସୁନ୍ଦରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉଦ୍ଘାଟକ ଅତିଥି ଜବାହରଲାଲ ସୁବୁଦ୍ଧି, ମୁଖ୍ୟ ଅତିଥି ନୋଟାରୀ ଅବନୀ ରାଉତରାୟ , ସମ୍ମାନିତ ଅତିଥି ଗଗନ ମଙ୍ଗରାଜ, ଅର୍ଜୁନ ବାରିକ, ବିଜୟାନନ୍ଦ ପଟ୍ଟନାୟକ, ଗଜେନ୍ଦ୍ର ମହାପାତ୍ର, ନଟବର ସ୍ୱାଇଁ, ବିଜୟାନନ୍ଦ ମହାଖୁଡ଼ , ବିଚିତ୍ରାନନ୍ଦ ମହାଖୁଡ଼, ଜଗଦୀଶ ପଟ୍ଟନାୟକ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଙ୍କ ଜୀବନାଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ କହିଥିଲେ। ୨୦୨୫-୨୬ ଶିକ୍ଷା ବର୍ଷ ଦଶମ ବୋର୍ଡ ପରୀକ୍ଷାର ବିଦ୍ୟାଳୟ ଟପ୍ପର ରୂପାଲି ପୃଷ୍ଟିଙ୍କୁ ମାନପତ୍ର ସହ ଦିବାକର ମହାଖୁଡ଼ ସ୍ମୃତି ସମ୍ମାନ, ନଗଦ ଅର୍ଥ ରାଶି ସହିତ ସମ୍ବର୍ଦ୍ଧନା ଓ ନବମ ଦଶମ ଶ୍ରେଣୀର ଲକ୍ଷ୍ମୀପ୍ରିୟା ସାହୁ, ପାୟଲ ଜେନା, ରାଜସ୍ମିତା ଦଳେଇ, ସ୍ଥିତିପ୍ରଜ୍ଞା ସୁବୁଦ୍ଧି ଙ୍କୁ ପୁରସ୍କାର ସହିତ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ସମଗ୍ର ଉତ୍ସବ କୁ ସଂଯୋଜନା କରିଥିଲେ ଶିକ୍ଷୟିତ୍ରୀ କୀର୍ତ୍ତିରାଣୀ ନାୟକ, ସବିତା କୁମାରୀ ଦାସ, ଅଭିଲିପ୍ସା ମହାନ୍ତି, ଅମରଜ୍ୟୋତି ପଟ୍ଟନାୟକ, ଧନଞ୍ଜୟ ମହାରଣା, ବାସନ୍ତୀ ପାଇକରାୟ, ଶୁଭଶ୍ରୀ ଜେନା । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରୀଙ୍କ ରିପୋର୍ଟ ।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments