Homeଖୋର୍ଦ୍ଧାଓଡ଼ିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ ଥିଲେ ମହାନ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକ ।

ଓଡ଼ିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ ଥିଲେ ମହାନ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକ ।

ଜଟଣୀ, “ଆମ ଅଧିକାର”
​ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାରେ ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ ଆଜୀବନ ବିପ୍ଳବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକ । ସେହି ମହାନ ବ୍ୟକ୍ତିଙ୍କ ଆଦର୍ଶ ଏବଂ ଅନୁପ୍ରାଣିତରେ, ସମାଜରେ ସଂସ୍କାର ମୂଳକ କାର୍ଯ୍ୟ କରିବାକୁ ଛାତ୍ର ଓ ଯୁବ ସମାଜ ଆଗେଇ ଆସିଥିଲେ । ଯାହାଙ୍କର ଆହ୍ବାନରେ ଶିକ୍ଷା, ଓଡିଶାରେ ସମୃଦ୍ଧିଲାଭ କରିଥିଲା । ସଭା ପ୍ରାରମ୍ଭରେ ସ୍ୱର୍ଗତ ପ୍ରାଣନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ସଭାକାର୍ଯ ଆରମ୍ବ ହୋଇଥିଲା । ସେହି ମହାନ ଆତ୍ମାର ସ୍ମରଣପୂର୍ବକ, ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ସଭାପତି ଅବନୀ କୁମାର ରାଉତରାୟଙ୍କ ପୌରହିତ୍ୟରେ ସ୍ଥାନୀୟ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭାର ଆୟୋଜନ ହୋଇଥିଲେ । ସେବା ସଂଘର ଉଦେଶ୍ୟ, ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୨ତମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ମହାନ ଆତ୍ମାକୁ ସ୍ମରଣ କରିବା । ସଭାକାର୍ଯରେ ଫାଉଣ୍ଡେସନର ସଭ୍ୟବୃନ୍ଦ ଯୋଗଦାନ କରି, ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ସହିତ ସମାଜର ହିତ ସାଧନ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାରିୟମ ସିଦ୍ଧିକା, ରେଲ ଶ୍ରମିକ ନେତା ବିଜୟରାମ ମହାନ୍ତି, ବରିଷ୍ଠ ନାଗରିକ ସଂଗଠକ ଭକ୍ତବନ୍ଧୁ ଚୌଧୁରୀ, ସମାଜସେବୀ ରବୀନ୍ଦ୍ର ପ୍ରସାଦ ମିଶ୍ର, ହବିବୁର ରହେମାନ, ବି.ଭି.ରମଣା, ଯୁବ ସଂଗଠକ ଅରୁଣ କୁମାର ମହାନ୍ତି, ରଜନୀକାନ୍ତ ପଣ୍ଡା, ସୁକାନ୍ତ କୁମାର ଆଚାର୍ଯ୍ୟ, ସଂଜୟ ପ୍ରଧାନ, ମଧୁଛନ୍ଦା ଭଗତ, ରୋଜିସ୍ମିତା ଦାଶ, ଦୀପିକା ପ୍ରଧାନ, ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ବିପ୍ଳବୀ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ସମାଜସେବୀ ରବୀନ୍ଦ୍ର ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରୀଙ୍କ ରିପୋର୍ଟ ।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments