Homeଅପରାଧଦୁର୍ଗାପୂଜା ଭିଡରେ ମୋବାଇଲ ଲୁଟ୍, ପଶ୍ଚିମବଙ୍ଗ ମହିଳା ପୁରୁଷଙ୍କୁ ବାନ୍ଧିଲା ପୋଲିସ ।

ଦୁର୍ଗାପୂଜା ଭିଡରେ ମୋବାଇଲ ଲୁଟ୍, ପଶ୍ଚିମବଙ୍ଗ ମହିଳା ପୁରୁଷଙ୍କୁ ବାନ୍ଧିଲା ପୋଲିସ ।

ଭୁବନେଶ୍ବର: “ଆମ ଅଧିକାର” ଦୁର୍ଗା ପୂଜା ଭିଡ଼ରେ କୃତ୍ରିମ ଗହଳି ସୃଷ୍ଟି କରି ମୋବାଇଲ୍ ଚୋରି କରୁଥିଲେ ପଶ୍ଚିମବଙ୍ଗର ଲୁଟେରା ମାନେ । ପଶ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗର ୪ ମହିଳା ଓ ୧ ପୁରୁଷକୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି । ତାହାସହିତ ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ୫ଟି ଚୋରା ମୋବାଇଲ୍ ଫୋନ୍ ଜବତ ହୋଇଛି । ତଦନ୍ତରୁ ଜଣାପଡ଼ିଛି ଯେ, ତା ୧୯.୧୦.୨୦୨୬ ସନ୍ଧ୍ୟା ପ୍ରାୟ ୬ ଟାରେ ଅଭିଯୋଗକାରୀ ହେମନ୍ତ ପୂଜାରୀ ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପରେ ଥିବା ବେଳେ କିଛି ହିନ୍ଦୀଭାଷୀ ମହିଳା ତାଙ୍କୁ ଘେରିଯାଇ ଜାଣିଶୁଣି ଧସ୍ତାଧସ୍ତି ଓ କୃତ୍ରିମ ଭିଡ଼ ସୃଷ୍ଟି କରିଥିଲେ । ସେହି ଭିଡ଼ ଭିତରେ କେହି ଜଣେ ତାଙ୍କ ପକେଟରୁ ମୋବାଇଲ୍ ଫୋନ୍‌ଟି ଚୋରି କରିଥିଲା । ଏନେଇ ହେମନ୍ତ ପୁଜାରୀ ଥାନାରେ ଏତଲା ଦେଇଥିଲେ । ତା ୨୦.୧୦.୨୦୨୬ ସକାଳ ପ୍ରାୟ ୧୦ ଟାରେ ପୋଲିସ ଖବର ପାଇଥିଲା ଯେ ପୁଣିଥରେ ସେହି ପୂଜା ମଣ୍ଡପ ନିକଟରେ ଜଣେ ପୁରୁଷ ଏବଂ ୪ ଜଣ ହିନ୍ଦୀଭାଷୀ ମହିଳା ମିଶି କୃତ୍ରିମ ଭିଡ଼ ସୃଷ୍ଟି କରୁଛନ୍ତି । ଖବର ପାଇ ପୋଲିସ ଟିମ୍ ସାଦା ପୋଷାକରେ ସେଠାରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ୫ ଜଣ ଲୁଟେରାଙ୍କୁ କାବୁ କରିଥିଲା ପୋଲିସ । ଯାଞ୍ଚ ବେଳେ ଅଭିଯୁକ୍ତ ମହିଳା ଶାରଦା ଦାସ ଓରଫ ରେଖା ବ୍ୟାଗ୍ ଭିତରୁ ୫ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ବାହାରିଥିଲା । ପଚରା ଉଚରା ବେଳେ ସେମାନେ ଗତକାଲି ପୂଜା ମଣ୍ଡପ ଭିଡ଼ରୁ ଲୋକଙ୍କ ଠାରୁ ଏସବୁ ମୋବାଇଲ୍ ଚୋରି କରିଥିବା ସ୍ୱୀକାର କରିଥିଲେ । ସେମାନେ ଜଗତପୁର ଏବଂ ଖାରବେଳ ନଗରର ଏକ ଗେଷ୍ଟ ହାଉସରେ ରହି ଏଭଳି ଚୋରି ନେଟୱର୍କ ଚଳାଉଥିଲେ । ୨୦ ଅକ୍ଟୋବର ଅପରାହ୍ନ ୨ ଟାରେ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବର୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରୀଙ୍କ ରିପୋର୍ଟ ଆମ ଅଧିକାର ।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments