Homeରାଜ୍ୟ ଖବରବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁର୍ବତଟର କେତେକ ରେଳ ଷ୍ଟେସନ ସମ୍ପୂର୍ଣ୍ଣ ଜଳବନ୍ଦିରେ ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁର୍ବତଟର କେତେକ ରେଳ ଷ୍ଟେସନ ସମ୍ପୂର୍ଣ୍ଣ ଜଳବନ୍ଦିରେ ।

ଜଟଣୀ: “ଆମ ଅଧିକାର” ପୁର୍ବତଟ, ଖୋର୍ଦ୍ଧାରୋଡ ରେଳ ଡିଭିଜନର କେତେ ଗୁଡିଏ ରେଳ ଷ୍ଟେସନ, ବାତ୍ୟା ଅର୍ଣ୍ଣବର ପ୍ରଭାବରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଛି । ସେଥି ମଧ୍ୟରୁ ଇଚ୍ଛାପୁର, ବ୍ରହ୍ମପୁର ରେଳ ଷ୍ଟେସନ ଟ୍ରାକ୍‌ରେ ନାହିଁ ନଥିବା ପାଣି ଚାଲି ଥିବାରୁ ଉଭୟ ପାର୍ଶ୍ବର ଟ୍ରେନ୍ ଗୁଡିକ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ଘଟିଛି । ସେଥି ମଧ୍ୟରେ, ହାୱଡ଼ା, ଚେନ୍ନାଇ ଏକ୍ସପ୍ରେସ ମୁଖ୍ୟ ରେଳପଥରେ ରହି ଯାଇଛି । ଅନେକ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ, ଖୋର୍ଦ୍ଧାରୋଡ ରେଳ ଡିଭିଜନର ଡିଭିଜନ ଏକାଧିକ ଟ୍ରେନକୁ ବାତିଲ କରା ଯାଇଛି । ୨୦ରୁ ଅଧିକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ସୂଚନା ମୁତାବକ କତେ ଗୁଡିଏ ରେଳ, ବାଲୁଗାଁ, ଖୋର୍ଦ୍ଧାରୋଡ ଓ ଭୁବନେଶ୍ବରରେ ଫସି ରହିଛି । ଶତାଧିକ ଯାତ୍ରୀ ନହିଁ ନଥିବା ହିନସ୍ଥା ହେବାର ଦେଖିବାକୁ ମିଳିଛି ।                          ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments