ଖୋର୍ଦ୍ଧା ଜିଲ୍ଲା( ଆମ ଅଧିକାର) ତା ୨୩-୧୦-୨୬ ରାୟଗଡ଼ାର ଯୁବ ଲେଖିକା ମହିମା ଗନ୍ତାୟତ ଜାତୀୟସ୍ତରୀୟ ପ୍ରଫିସିଏଣ୍ଟ ଆୱାର୍ଡସ୍ ୨୦୨୫ ରେ ଇଂରାଜୀ ଗଳ୍ପ ରଚନା ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଥାଣେସ୍ଥିତ ‘ପୋଏଟିକ୍ ଏସେନ୍ସ ପବ୍ଲିକେସନ୍’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଛାତ୍ରଜୀବନରୁ ହିଁ ସାହିତ୍ୟ ପ୍ରତି ଗଭୀର ଅନୁରାଗ ଓ ପ୍ରତିଭାର ପରିଚୟ ଦେଇଆସିଥିବା ମହିମା ବର୍ତ୍ତମାନ ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଇଂରାଜୀ ସମ୍ମାନ ସହ କଳା ସ୍ନାତକ ପ୍ରଥମ ବର୍ଷରେ ଅଧ୍ୟୟନରତା । ଉଭୟ ଇଂରାଜୀ ଓ ହିନ୍ଦୀ ସାହିତ୍ୟରେ ସୃଜନଶୀଳ ରଚନା କ୍ଷେତ୍ରରେ ସାଫଲ୍ୟ ସହିତ ବକ୍ତୃତା, କବିତା ଆବୃତ୍ତି ଓ ମଞ୍ଚ ସଂଚାଳନ ଆଦି ବିବିଧ କ୍ଷେତ୍ରରେ ମଧ୍ୟ ସେ ନିଜର ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତା ଓ ପ୍ରଶଂସିତା ହୋଇ ଆସୁଛନ୍ତି। ନିକଟରେ ପ୍ରକାଶିତ ତାଙ୍କର ପ୍ରଥମ ହିନ୍ଦୀ କବିତା ସଂକଳନ ଅନକହୀ ବାତେଁ’ ବେଶ୍ ପାଠକାଦୃତି ହାସଲ କରି ପାରିଛି। ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଅଧିକାର।


