ଜଟଣୀ: “ଆମ ଅଧିକାର” ଜଟଣୀରେ ୧୫୯ ତମ ଜୟନ୍ତୀ ପାଳିଥିଲେ, ଜଟଣିର ଅଗ୍ରଣୀ ସଂଘଠନ, ପ୍ରାଣନାଥ ଫାଉଣ୍ଡେସନର ସଭ୍ୟବୃନ୍ଦ । ୦୯ ଅକ୍ଟୋବର ପୁର୍ବାହ୍ନ ୮ ଘଣ୍ଟା ସମୟରେ, ୧୫୯ ତମ ଜୟନ୍ତୀ ପାଳିଲେ, ସ୍ଥାନୀୟ ଗୋପବନ୍ଧୁ ପାର୍କ ସ୍ଥିତ ଉତ୍କଳମଣି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ । ମହାନ ଆତ୍ମା ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । କାର୍ଯ୍ୟକ୍ରମକୁ ଆପଣାଇଥିଲେ, ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ସଭ୍ୟବୃନ୍ଦ । ସେବାସଂଘ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ଅନୁଷ୍ଠାନର ସଭାପତି ଓ ବରିଷ୍ଠ ସାମ୍ବାଦିକ ଅବନୀ ରାଉତରାୟଙ୍କ ପୌରହିତ୍ୟରେ ସଭାକାର୍ଯ ହୋଇଥିଲା । ଅଭିଭାଷଣରେ ଉପସ୍ଥିତ ଅତିଥିବୃନ୍ଦ କହିଥିଲେ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିସ୍ୱାର୍ଥପର ସେବା ଓ ତ୍ୟାଗ ଆଜିର ଯୁବ ସମାଜ ପାଇଁ ଏହା ଏକ ମହାନ ପ୍ରେରଣାର ଉତ୍ସ । ଏଣୁ ଆଜିର ଯୁବ ସମାଜ, ଛାତ୍ରଛାତ୍ରୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ସ୍ୱାଭିମାନକୁ ବଜାୟ ରଖି ସମାଜରେ ସେବା ମୂଳକ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ । ତାହାସହିତ ଅତିଥି ମାନେ ବାରମ୍ବାର ସମସ୍ତଙ୍କୁ ଅନୁରୋଧ କରିଥିଲେ ଜଣେ ଜଣେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦିଗଦର୍ଶନକୁ ଆପଣାଇବା ପାଇଁ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସେବା ସଂଘର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ରେଲ ଶ୍ରମିକ ନେତା ବିଜୟରାମ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ସ୍ୱାଇଁ, ବୈଷ୍ଣବ ବରାଳ, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ସମାଜସେବୀ ଭକ୍ତବନ୍ଧୁ ଚୌଧୁରୀ, ରବିନ୍ଦ୍ର ପ୍ରସାଦ ମିଶ୍ର, ସାମ୍ବାଦିକ ନିଳାମ୍ବର ମିଶ୍ର, ଆଦିନାରାୟଣ ଖଣ୍ଡୁଆଳ, ଦୁର୍ଯ୍ୟୋଧନ ସିଂ, ବିଜେପି ଜଟଣୀ ସୋମନାଥ ମଣ୍ଡଳ ସଭାପତି ବିଜୟ କୁମାର ସ୍ୱାଇଁ, ବିଜୟ କୁମାର ଜେନା, ପ୍ରାଧ୍ୟାପକ ରାଜେନ୍ଦ୍ର ପ୍ରସାଦ ନାୟକ, ପ୍ରଧାନ ଶିକ୍ଷୟତ୍ରୀ ଟୁଲୁ ଦେଇ, କିଶୋର ଚନ୍ଦ୍ର ପାଟ୍ଟଯୋଶୀ, ଆଇନଜୀବୀ ଶିବ ପ୍ରସାଦ ରଥ, ହବିବୁର ରହମନ, ଏମ.ଡି.ପରଭେଜ ହାଇଦର, ରଜନୀ କାନ୍ତ ପଣ୍ଡା, ଦେବେନ୍ଦ୍ର ନାୟକ, କାହ୍ନୁ ଚରଣ ମହାରଣା, ସାମ୍ବାଦିକ ଶୁଭ୍ରାଂଶୁ ଭଟ୍ଟାଚାର୍ଯ୍ୟ, ପ୍ରମୁଖ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଖୋର୍ଦ୍ଧା, ଜଟଣିରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ।


