Homeଅନ୍ୟାନ୍ୟଅକ୍ଟୋବର ୧୮ତାରିଖରେ ଜଟଣୀରେ ବୀର ପାଇକ ଶୋଭାଯାତ୍ରା ଏବଂ ସନାତନୀ ଏକତା ଯାତ୍ରା l

ଅକ୍ଟୋବର ୧୮ତାରିଖରେ ଜଟଣୀରେ ବୀର ପାଇକ ଶୋଭାଯାତ୍ରା ଏବଂ ସନାତନୀ ଏକତା ଯାତ୍ରା l

ଖୋରାଧା ଜିଲ୍ଲା (ଆମ ଅଧିକାର) ପବିତ୍ର ଦଶହରା ପାଳନ ଅବସରରେ ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପିପୁଲ ଫର ସୋସାଇଟି ଏବଂ ସଙ୍ଗଠିତ ହିନ୍ଦୁ ପରିବାର ପକ୍ଷରୁ ଚଳିତ ଅକ୍ଟୋବର ମାସ ୧୮ତାରିଖ ରବିବାର ଦିନ ବୀର ପାଇକ ଶୋଭାଯାତ୍ରା ଏବଂ ସନାତନୀ ଏକତା ଯାତ୍ରା ଅନୁଷ୍ଠିତ ହେବବୋଲି ଆୟୋଜକ କମିଟିର ସଭପତି ଶୁଭ୍ରାଂଶୁ ଜେନା ଓ ସମ୍ପାଦକ ଅମରେନ୍ଦ୍ର ପାଟ୍ଟଶାହାଣୀ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ଅକ୍ଟୋବର ୧୮ତାରିଖ ଅପରାହ୍ନ ୪ଟା ସମୟରେ ମା ଡମଣେଇ ମନ୍ଦିର ରୁ ଶୋଭାଯାତ୍ରା ବାହାରି ଗୋପୀନାଥ ମନ୍ଦିରରେ ପହଞ୍ଚିବ। ସେଠାରୁ ପୁଣି ଫେରି ଡମଣେଇଙ୍କ  ମନ୍ଦିରଠାରେ ସମାପ୍ତ କରାଯିବ। ମା ଡମଣେଇଙ୍କୁ ପୂଜାର୍ଚ୍ଚନା କରିବା ସହ ପାରମ୍ପରିକ ପାଇକ ଆଖଡ଼ା ପ୍ରଦର୍ଶନ କରିବା ସହିତ ଜଟଣୀ ନଗର ପରିକ୍ରମା ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ବର୍ଷ ପାଇଁ ଅନୁଷ୍ଠିତ ହେଉଥିବାରୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଜଟଣୀ ସହର ତଥା ଆଖ ପାଖ ଅଞ୍ଚଳର ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି।ଆୟୋଜିତ ବୈଠକରେ ଉତ୍କଳୀୟ ପରମ୍ପରା ଓ ବୀର ପାଇକଙ୍କ ପାରମ୍ପାରିକ କଳା କୌଶଳକୁ ପ୍ରଦର୍ଶନକରି ହଜିଯାଉଥିବା ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିବାକୁ  ଅନୁଷ୍ଠାନର ଉପ ସଭାପତି ଇନ୍ଦ୍ରଜିତ ବଳିୟାରସିଂହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଅନୁଷ୍ଠାନର ସହ ସମ୍ପାଦଜ ରିତେଶ ଅଗ୍ରୱାଲା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ଡେଲାଙ୍ଗ /ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଅଧିକାର।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments