ଖୋର୍ଦ୍ଧା ଜିଲ୍ଲା (ଆମ ଅଧିକାର ) ଜଟଣୀ ସହରରେ ଚାଲିଥିବା ଶ୍ରୀ ଗଣେଶ ପୂଜା ମହୋତ୍ସବ ଅବସରରେ ଶରତ ପାଇକରାୟ ଷ୍ଟାଡିୟମ ପରିସରରେ କଳିଙ୍ଗ ଯୁବ ପରିଷଦ ଓ ବିଶ୍ୱହିନ୍ଦୁ ପରିଷଦ, ଜଟଣୀ ପ୍ରଖଣ୍ଡ ମିଳିତ ସହଯୋଗରେ ଶ୍ରୀ ଜଗନ୍ନାଥଙ୍କ ୩୨ବେଶ ମହୋତ୍ସବ ଅନୁଷ୍ଠିତ ହୋଇଛି। ଶ୍ରୀ ଜଗନ୍ନାଥ ଅଧିଷ୍ଠିତ ମଣ୍ଡପରେ ଏକ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କୁ ଆଳତି କରାଯାଇ କବିତା ଆସର ଅନୁଷ୍ଠିତ ହୋଇଥିଲା। ବିଶ୍ୱ ହିନ୍ଦୁ ପରିଷଦ, ଜଟଣୀ ପ୍ରଖଣ୍ଡ ସଭାପତି ରମେଶ ଦାସ, ବିଶ୍ୱ ହିନ୍ଦୁ ପରିଷଦ ଖୋରାଧା ଜିଲ୍ଲା ଉପ ସଭାପତି ଡ଼ ସୁକାନ୍ତି ମହାପାତ୍ର, ଦିବ୍ୟାଙ୍ଗ ଅନୁଷ୍ଠାନର ସଭାପତି ଭବାନୀ ଶଙ୍କର ପାଢ଼ୀ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ.। ଡ଼ ସୁକାନ୍ତି ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ଆସରରେ ବରିଷ୍ଠ କବି ବିପିନ ବିହାରୀ ମହାନ୍ତି, ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ, ସୁଦର୍ଶନ ମହାପାତ୍ର,ରଶ୍ମିମୟୀ ପଟ୍ଟନାୟକ, ଜୟଶ୍ରୀ ପଟ୍ଟନାୟକ, ଅଙ୍କିତା ଶର୍ମା, ପ୍ରିୟଙ୍କା ମହାନ୍ତି, ଅଧ୍ୟାପିକା ଆରତୀ ସେନ, ପଦ୍ମଲୋଚନ ସାହୁ, ପ୍ରଭାସ ଚନ୍ଦ୍ର ମଙ୍ଗରାଜ, ନିରଞ୍ଜନ ସାମନ୍ତରା, ସ୍ୱସ୍ତିଦା ପାଲ, ପ୍ରଭାତ ସାହୁ, ସୁନିତା ଦାସ, ବାସୁଦେବ ମହାନ୍ତି. ଓ ସାମ୍ବାଦିକ ନୀଳାମ୍ବର ମିଶ୍ର ସ୍ୱରଚିତ କବିତା ପାଠ କରିଥିଲେ। ଡେଲାଙ୍ଗରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଅଧିକାର।


