Homeଅନ୍ୟାନ୍ୟକୁମ୍ଭାରପଡ଼ାରେ ବିଦ୍ୟୁତ୍ ଚୋରି ଅଭିଯୋଗ ।

କୁମ୍ଭାରପଡ଼ାରେ ବିଦ୍ୟୁତ୍ ଚୋରି ଅଭିଯୋଗ ।

ପୁରୀ: ପୁରୀ ସହରର କୁମ୍ଭାରପଡ଼ା ଅଞ୍ଚଳରେ ଟିପିସିଓଡିଏଲ୍‌ ପକ୍ଷରୁ କରାଯାଇଥିବା ଅଚାନକ ଯାଞ୍ଚ ସମୟରେ ବିଦ୍ୟୁତ୍ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ପାୱାରହାଉସ୍‌ ସବ୍‌-ଡିଭିଜନ୍‌ ଅଧୀନ କୁମ୍ଭାରପଡ଼ାର ଏକ ଘରେ ଯାଞ୍ଚ ବେଳେ ବିଦ୍ୟୁତ୍ ସଂଯୋଗରେ ଅନିୟମିତତା ଠାବ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୮ ତାରିଖରେ କୁମ୍ଭାରପଡ଼ା ନିବାସୀ ପୁରୀର ପୂର୍ବତନ ପୌରସଦସ୍ୟ ସୁଦର୍ଶନ ସାହୁଙ୍କ ପରିସରରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଅନୁମତି ବିନା ବିଦ୍ୟୁତ୍ ସଂଯୋଗ ବ୍ୟବହାର ଏବଂ ବିଦ୍ୟୁତ୍ ସଂପ୍ରସାରଣ କରାଯାଇଥିବା ଅଭିଯୋଗ ହୋଇଛି।

ଯାଞ୍ଚ ବେଳେ ମିଟର ସିଲ୍‌ ଓ ଟର୍ମିନାଲ୍‌ ସିଲ୍‌ରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଏଥିସହ ମିଟରର ବ୍ୟାକ୍‌ସାଇଡ୍‌ କାଟି ପୁନଃ ଲଗାଯାଇଥିବା ଚିହ୍ନ ମିଳିଥିବା ବିଭାଗ ପକ୍ଷରୁ ଦାବି କରାଯାଇଛି। ମିଟର ଡିସ୍‌ପ୍ଲେରେ ୦.୫ ଆମ୍ପିୟର୍‌ ଦେଖାଯାଉଥିବା ବେଳେ ଟଙ୍ଗ୍‌ ଟେଷ୍ଟର୍‌ ମାଧ୍ୟମରେ ୨.୩ ଆମ୍ପିୟର୍‌ କରେଣ୍ଟ୍‌ ମିଳିଥିବା ଜଣାପଡ଼ିଛି।

ଏହି ଅନିୟମିତତାକୁ ଆଧାର କରି ବିଦ୍ୟୁତ୍‌ ଆଇନ-୨୦୦୩ର ଧାରା ୧୩୫ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଟିପିସିଓଡିଏଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାକୁ ନେଇ ବିଭାଗୀୟ ଯାଞ୍ଚ ଓ ଆଇନଗତ ପ୍ରକ୍ରିୟା ଜାରି ରହିଛି।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments