ବାଲିପାଟଣା: “ଆମ ଅଧିକାର” ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶେଖ୍ ରିୟାଜ ଅଲ୍ଲୀଙ୍କୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ, ଓଡ଼ିଶା ଭିଜିଲାନ୍ସ ପ୍ରତ୍ୟକ୍ଷ ଭାବେ କାବୁ କରିଛି । ଘଟଣାରୁ ଜଣାଯାଏ, ପୂର୍ବତନ ପ୍ରଧାନଶିକ୍ଷକ ମଧ୍ୟାହ୍ନ ଭୋଜନ ଯୋଜନାରେ ସରକାରୀ ପାଣ୍ଠି ମଞ୍ଜୁରୀକୁ ଅପେକ୍ଷା କରି ନିଜ ପକେଟରୁ ଗତ ୪ ମାସ ମଧ୍ୟରେ ୧୫,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ । ଏହି ବାବଦ ଅର୍ଥର ଚେକ୍ ମାଧ୍ୟମରେ ଭରଣା କରିବା ପାଇଁ ବର୍ତ୍ତମାନର ପ୍ରଧାନଶିକ୍ଷକ ଶେଖ୍ ରିୟାଜ ଅଲ୍ଲୀ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରି ନେଇଥିଲେ । ଅଭିଯୁକ୍ତଙ୍କ ଠାରୁ ସମ୍ପୂର୍ଣ୍ଣ ୧୫,୦୦୦ ଟଙ୍କାର ଲାଞ୍ଚ ଅର୍ଥ ଜବତ କରାଯାଇଛି । ଆୟବହିର୍ଭୂତ ସମ୍ପତ୍ତି ଯାଞ୍ଚ, ଅଭିଯୁକ୍ତଙ୍କ ସହ ଜଡ଼ିତ ଦୁଇଟି ଭିନ୍ନ ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଏକାସାଙ୍ଗରେ ଚଢ଼ାଉ ଜାରି ରହିଛି । ଏବଂ ମାମଲା ରୁଜୁ ହୋଇଛି । ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅଧୀନରେ କେସ୍ ନଂ ୨୩ ତାରିଖ: ୦୩.୦୯.୨୦୨୬ ରୁଜୁ କରାଯାଇ । ଅଧିକ ତଦନ୍ତ ଜାରି ରହିଛି ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରୀଙ୍କ ରିପୋର୍ଟ ।


