Homeଗଞ୍ଜାମତାଳସର ପଞ୍ଚାୟତ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ l

ତାଳସର ପଞ୍ଚାୟତ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ l

ବେଗୁନିଆପଡା, (ଆମ ଅଧିକାର):ସ୍ବାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନକୁ ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି। ଏହି ଦିବସ ସ୍ବର୍ଗତ ପଟେଲ ଓ ଅନ୍ୟମାନଙ୍କ ଦ୍ବାରା ଦେଶକୁ ଏକଜୁଟ କରିବା ପାଇଁ ହୋଇଥିବା ସଂଗ୍ରାମକୁ ମନେ ପକାଇ ଦେଇଥାଏ। ଏହା ଏକତାକୁ ସୁଦୃଢ଼ କରିବା ସହ ‘ବିବିଧତା ମଧ୍ୟରେ ଏକତା’ର ଭାବନାକୁ ପ୍ରୋତ୍ସାହିତ କରେ ଏବଂ ଜାତୀୟ ଅଖଣ୍ଡତା ବଜାୟ ରଖିବାକୁ ଗୁରୁତ୍ବାରୋପ କରିଥାଏ। ଭାରତ ପରି ବିବିଧତାପୂର୍ଣ୍ଣ ଦେଶରେ ଲୋକମାନଙ୍କ ମଧ୍ୟରେ ଏକତାକୁ ସବୁଠୁ ଅଧିକ ଗୁରୁତ୍ବ ଦିଆଯାଇଥାଏ। ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ପାଳନ କରାଯାଉଥିବା ବେଳେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ପରିସରରେ ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତର ଏଡିଈଓ ଗୌରାଙ୍ଗ ସ୍ୱାଇଁ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ଉପସ୍ଥିତ ରହି ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ କରିଥିଲେ । ଦେଶ ର ଅଖଣ୍ଡତା, ଐକ୍ୟ ମନୋଭାବ ବଜାୟ ରଖିବା ପାଇଁ ସମସ୍ତେ ଶପଥ ନେଇଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments