Homeଗଞ୍ଜାମବାତ୍ୟା ଅର୍ଣ୍ଣବ ରେ ଭାଙ୍ଗିଲା ଘର  l

ବାତ୍ୟା ଅର୍ଣ୍ଣବ ରେ ଭାଙ୍ଗିଲା ଘର  l

ସ୍ଥିତି ଅନୁଧ୍ୟାନ କଲେ କୋଦଳା ତହସିଲଦାର

ବେଗୁନିଆପଡା, (ଆମ ଅଧିକାର):ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ମର୍ଦକୋଟ ମୌଜା ଚଢିଆପଡା ଗ୍ରାମର ଡାକ ଦାଶ ଙ୍କ ଘର ଚଳିତ ବାତ୍ୟା ଅର୍ଣ୍ଣବରେ ଭାଙ୍ଗିଯିବା ଫଳରେ ସେ ବାସହୀନ ହୋଇ ପଡିଛନ୍ତି । ଖବର ପାଇ କୋଦଳା ତହସିଲଦାର ଶ୍ରୀ ବିନ୍ଦୁ ବଳୟ ରାଉତରାୟ ଉକ୍ତ ଗ୍ରାମକୁ ଯାଇ ବାତ୍ୟାରେ ଭାଙ୍ଗି ଯାଇଥିବା ଭଙ୍ଗା ଘର କୁ ଦେଖିବା ସହ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଲୋକଙ୍କ ପାଖରେ ପହଞ୍ଚି ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ବଦ୍ଧ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଧେଶ କ୍ରମେ କୋଦଳା ତହସିଲଦାରଙ୍କ ସମେତ ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠୀ ଏବଂ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ସନ୍ଦୀପ ମଲ୍ଲିକ ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶୁତି ଦେବା ପରେ ସ୍ଥାନୀୟ ବାସୀ ବେଶ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଶାସନର ଏଭଳି ତ୍ୱରିତ ପଦକ୍ଷେପକୁ ମଧ୍ୟ ସାଧାରଣରେ ପ୍ରଶଂସା କରାଯାଇଛି ।

ରିପୋର୍ଟ :ଦେବାଶିଷ ମହାରଣା

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments