Homeଗଞ୍ଜାମସୁନାପୁର ମେରାଇନ୍ ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତବିତର୍କ ପ୍ରତିଯୋଗିତା ମାଧ୍ୟମରେ ଏକତା ଓ ଅଖଣ୍ଡତାର...

ସୁନାପୁର ମେରାଇନ୍ ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତବିତର୍କ ପ୍ରତିଯୋଗିତା ମାଧ୍ୟମରେ ଏକତା ଓ ଅଖଣ୍ଡତାର ବାର୍ତ୍ତା  l

ଚିକିଟୀ,(ଆମ ଅଧିକାର):-ଗଞ୍ଜାମ ଜିଲ୍ଲା ସୁନାପୁର ମେରାଇନ୍ ଥାନା ପରିସରରେ ଅକ୍ଟୋବର ୩୧ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଏକତା ଦିବସ-୨୦୨୬ ପାଳିତ ହୋଇଯାଇଛି। ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି ଉତ୍ସବରେ ଏକତା, ଅଖଣ୍ଡତା ଓ ଜାତୀୟ ସଂହତିର ବାର୍ତ୍ତା ପ୍ରଦାନ କରାଯାଇଥିଲା।
ସାମୁଦ୍ରିକ ଥାନା ଅଧିକାରୀ ନାରାୟଣ ପ୍ରଧାନ ଙ୍କ ନେତୃତ୍ୱରେ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପତିସୋନାପୁରର ଅଧ୍ୟକ୍ଷା ଶ୍ରୀମତୀ ଆରତୀ ସାହୁ ମୁଖ୍ୟ ଅତିଥି ଏବଂ ବ୍ରହ୍ମପୁର ଏସ୍‌ଡିପିଓ (ସଦର) ଶ୍ରୀ ସୁଭ୍ରାଂଶୁ ଶେଖର ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଚାରକ ଭାବେ ସୁନାପୁରର ସହକାରୀ ଶିକ୍ଷକ ବୀରେନ୍ଦ୍ର ବେହେରା, ଦ୍ରୌପଦୀ ମହାପାତ୍ର ଓ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଶ୍ରୀ କାଶୀ ବିଶ୍ୱନାଥ ବିଦ୍ୟାପୀଠ, ସୁନାପୁରର ପ୍ରଧାନଶିକ୍ଷକ ରାମକୃଷ୍ଣ ନାୟକ ଏବଂ ସୁନାପୁର ଗ୍ରାମପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀଧର ବେହେରା ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାର ସଂଯୋଜନା ଏଏସ୍‌ଆଇ ହରିଶଙ୍କର ପ୍ରଧାନ କରିଥିଲେ।
ଦେଶର ଏକତା ଓ ଅଖଣ୍ଡତା ରକ୍ଷା ସହ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟ ସଂହତି ଓ ସାମାଜିକ ସଦ୍‌ଭାବନାର ମନୋଭାବ ଜାଗ୍ରତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶହେ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପ୍ରତିଯୋଗିତା ରେ ଭାଗ ନେଇଥିଲେ।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments