Homeରାଜ୍ୟ ଖବରନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ l

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ l

ନର୍ଥ ଜୋନ୍‌ର ଯଶିପୁର ଗେଟ୍ ଓ ସାଉଥ୍ ଜୋନ୍‌ରେ ପୀଠାବଟା ପର୍ଯ୍ୟଟକଙ୍କୁ ସ୍ୱାଗତ

ମୟୂରଭଞ୍ଜ : ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ଘଞ୍ଚ ଜଙ୍ଗଲ, ଝରଣା ଓ ବନ୍ୟଜନ୍ତୁଙ୍କ ମନୋରମ ପରିବେଶରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଓଡ଼ିଶାର ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ୨୦୨୬ ନଭେମ୍ବର ୧ ତାରିଖ ରବିବାରଠାରୁ ନୂତନ ପର୍ଯ୍ୟଟନ ଋତୁ ପାଇଁ ଶିମିଳିପାଳ ଅଭୟାରଣ୍ୟର ଦ୍ୱାର ଖୋଲାଯାଇଛି।

ଶିମିଳିପାଳର ନର୍ଥ ଜୋନ୍‌ରେ ଯଶିପୁର ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ। ସେହିପରି ସାଉଥ୍ ଜୋନ୍‌ରେ ମଧ୍ୟ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ବ୍ୟବସ୍ଥା କରାଯାଇଛି। ଶିମିଳିପାଳର ଉଭୟ ଜୋନ୍‌ରେ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକମାନେ ଜଙ୍ଗଲର ମନୋରମ ଦୃଶ୍ୟ, ପାହାଡ଼, ଝରଣା ଓ ଜୈବ ବିବିଧତାକୁ ଉପଭୋଗ କରିବାର ସୁଯୋଗ ପାଇବେ।

ବିଶେଷକରି ଶୀତଋତୁର ଆଗମନ ସହିତ ଶିମିଳିପାଳର ସବୁଜିମା ଓ ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିବ। ଏହାସହିତ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ସହ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନ ଓ ଜୀବିକା କ୍ଷେତ୍ରରେ ମଧ୍ୟ ନୂତନ ଆଶା ସଞ୍ଚାର ହେବ ବୋଲି ଆଶା କରାଯାଉଛି।

ତେବେ ଶିମିଳିପାଳର ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନେ ବନ ବିଭାଗର ନିୟମାବଳୀ ମାନିବା ସହ ଜଙ୍ଗଲର ସ୍ୱଚ୍ଛତା ଓ ଶାନ୍ତ ପରିବେଶ ବଜାୟ ରଖିବା ଜରୁରୀ।

ଶିମିଳିପାଳ ଖୋଲିବା ପରେ ପ୍ରକୃତିର ଏହି ଅନନ୍ୟ ଭଣ୍ଡାରକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଏବେ ଅପେକ୍ଷା ରହିଛି, ଚଳିତ ପର୍ଯ୍ୟଟନ ଋତୁରେ କେତେ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆକର୍ଷିତ ହେଉଛନ୍ତି।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments