Homeଖୋର୍ଦ୍ଧାପଲିଥିନ ବଣ୍ଟନକୁ ନେଇ ଉତ୍ତେଜନା l

ପଲିଥିନ ବଣ୍ଟନକୁ ନେଇ ଉତ୍ତେଜନା l

ଅଧାରୁ ବନ୍ଦ ହେଲା ବଣ୍ଟନ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ବିପନ୍ନଙ୍କ ହୋହଲ୍ଲା

ଚିକିଟୀ- (ଆମ ଅଧିକାର ):-ଚିକିଟୀ ତହସିଲ ଅନ୍ତର୍ଗତ ନୂଆପଡ଼ା ସର୍କଲର ୩ଟି ପଞ୍ଚାୟତର ୨୮ଟି ଗ୍ରାମର ବାତ୍ୟା ବିପନ୍ନ ପରିବାରଙ୍କୁ ପଲିଥିନ ବଣ୍ଟନ ସମୟରେ ଦେଖାଦେଇଥିଲା ତୀବ୍ର ଉତ୍ତେଜନା। ପଲିଥିନର ସ୍ୱଳ୍ପ ଉପଲବ୍ଧତାକୁ ନେଇ ଅସନ୍ତୋଷ ବଢ଼ିବାରୁ ଅଧାରୁ ବନ୍ଦ ହୋଇଯାଇଥିଲା ବଣ୍ଟନ ପ୍ରକ୍ରିୟା। ଏହାକୁ ନେଇ ଦୀର୍ଘ ସମୟ ଧରି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ବିପନ୍ନମାନେ ହୋହଲ୍ଲା କରିଥିଲେ।

ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ କାର୍ଯ୍ୟାଳୟର କର୍ମଚାରୀମାନେ ନୂଆପଡ଼ା ଫାଣ୍ଡିକୁ ଖବର ଦେଇଥିଲେ। ସୂଚନା ପାଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଶାନ୍ତ କରିଥିଲେ।

ସୂଚନାଯୋଗ୍ୟ ଯେ, ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଚିକିଟୀ ବ୍ଲକର ୧୭ଟି ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଅନେକ ପରିବାରଙ୍କ ଘର ନଷ୍ଟ ହେବା ସହ ଜୀବନଯାପନ ଦୁର୍ବିଷହ ହୋଇପଡ଼ିଥିଲା। ଏହି ପରିସ୍ଥିତିରେ ବିପନ୍ନଙ୍କୁ ତତ୍କାଳ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ନୂଆପଡ଼ା ସର୍କଲର ବିଭିନ୍ନ ଗ୍ରାମରେ ପଲିଥିନ ବଣ୍ଟନ କରାଯାଉଥିଲା। ମାତ୍ର ଆବଶ୍ୟକତା ତୁଳନାରେ ପଲିଥିନର ପରିମାଣ ଅତ୍ୟନ୍ତ କମ୍ ଥିବାରୁ ବଣ୍ଟନକୁ ନେଇ ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା। ଫଳରେ ବିପନ୍ନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇ ବଣ୍ଟନ କାର୍ଯ୍ୟ ଅଧାରୁ ବନ୍ଦ ହୋଇଥିଲା।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments