ଖୋର୍ଦ୍ଧା ଜିଲ୍ଲା (ଆମ ଅଧିକାର )ତା ୨୫-୯-୨୬ ଜଟଣୀ ସହର ସ୍ଥିତ ମା ଡାଳଖାଇ ଫ୍ରେଣ୍ଡ୍ସ କ୍ଲବ ଟି ଜଟଣୀ ନୂଆ ବସ ଷ୍ଟାଣ୍ଡ ନିକଟରେ ଅବସ୍ଥିତ l ହରିଭାଇନା ଛକ ଓ ଗୋପବନ୍ଧୁ ବଜାର ମଧ୍ୟବର୍ତ୍ତୀ ସ୍ଥାନରେ ଅବସ୍ଥିତ । ଅନୁଷ୍ଠାନ ଟି ଦୀର୍ଘ ୫୨ ବର୍ଷରୁ ଅଧିକଦିନ ହେବ ଗଢି ଉଠିଛି ଓ ଅନେକ ସେବା କାର୍ଯ୍ୟ କରିଆସୁଛି l ମା ଡାଳଖାଇ ଙ୍କ ଆଗରେ ପ୍ରାୟ ୧୨ ବର୍ଷ ରୁ ଅଧିକ ସମୟ ହେବ ଏଠାରେ ଶ୍ରୀ ଗଣେଶଙ୍କ ପୂଜା କରାଯାଇଆସୁଛି।ପ୍ରଭୁ ଗଜାନନ ମା ଲକ୍ଷ୍ମୀ ଓ ସରସ୍ୱତୀ ଙ୍କ ସହ ମିଶି ୧୧ ଦିନ ଧରି ପୂଜା ପାଇ ଆସୁଛନ୍ତି । ଅନୁଷ୍ଠାନର ସଭାପତି ଶୁଭ୍ରାଂଶୁ ଶେଖର ବେହେରା ଓ ସମ୍ପାଦକ ରଞ୍ଜୀବ ବେହେରାଙ୍କ ତତ୍ୱାବଧାନରେ ପ୍ରତ୍ୟେକ ଦିନ ଏଠାରେ ନାନାବିଧ ନୈବେଦ୍ୟ ହୋଇଥାଏ ଏବଂ ଏକାଦଶୀ ଦିନ ପ୍ରଭୁ ଙ୍କ ପାଖରେ କ୍ଷୀରି ଭୋଗ ହେବା ସହ ପ୍ରଭୁ ଙ୍କର ମାଳ ଓ ପଇତା ବଦଳାଯାଏ l ସଭାପତିଙ୍କ କହିବା ଅନୁଯାୟୀ ପ୍ରଭୁ ବିଘ୍ନ ବିନାଶକ ଗଜାନନଙ୍କ ପାଖରେ ବହୁ ମାନସିକଧାରୀ ମାନେ ନିଜର ମାନସିକ ଗୁଆ ନଡ଼ିଆ ବସାଇଥାନ୍ତି ଓ ପ୍ରତ୍ୟେକ ଦିନ ହୋମକର୍ମାଦି ସମ୍ପାଦନ କରାଯାଇଥାଏ। ସକାଳ ଆଳତୀ ସନ୍ଧ୍ୟା ଆଳତୀ ସହ ସକାଳ ଧୂପ ଓ ସନ୍ଧ୍ୟା ଧୂପ ମଧ୍ୟ ହୋଇଥାଏ l ଚଳିତ ବର୍ଷ ଅନୁଷ୍ଠାନ ତରଫରୁ ୧୬ଫୁଟ ଉଚ୍ଚର ମୂର୍ତ୍ତି ଏବଂ ୫୦ ଫୁଟ ର ସୁନ୍ଦର ସୁଉଚ୍ଚ ତ୍ୱରଣ ଦେଖଣାହାରୀଙ୍କ ମନ ମୋହୁଥିବା ବେଳେ ମଣ୍ଡପରେ ପ୍ରଭୁଙ୍କର ଦଶାବତାର ବେଶ ସ୍ଥାନ ପାଇଛି l
ପୂର୍ଣ୍ଣମୀ ଦିନ ପ୍ରଭୁ ଶ୍ରୀ ଗଜାନନ ଙ୍କର ବିସର୍ଜନ ପୂଜା ଅନୁଷ୍ଠିତ ହେବା ସହିତ ନଗର ପରିକ୍ରମା କରି ଜଟଣୀ ର ଅନ୍ୟ ବଜାର ମେଢ଼ ମାନଙ୍କ ସହିତ ଭସାଣି ଉତ୍ସବରେ ସାମିଲ ହୋଇ ଧରାପୃଷ୍ଟରୁ ବିଦାୟ ନେବାର କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ ସନ୍ଧ୍ୟାର ଆୟୋଜିତ କରାଯାଉଛି। ଡେଲାଙ୍ଗରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଅଧିକାର।


