Homeଖୋର୍ଦ୍ଧାପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ, ଓଡ଼ିଶା ଚିକିତ୍ସା ଜଗତରେ ଅପୂରଣୀୟ କ୍ଷତି ।

ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ, ଓଡ଼ିଶା ଚିକିତ୍ସା ଜଗତରେ ଅପୂରଣୀୟ କ୍ଷତି ।

ଭୁବନେଶ୍ବର: “ଆମ ଅଧିକାର” ଆଉ ନାହାନ୍ତି ଓଡ଼ିଶା ଚିକିତ୍ସା ଜଗତର ଧ୍ରୁବତାରା । ଆରପାରିକୁ ଚାଲିଗଲେ, ଜଗା ବଳିଆକୁ ଚିକିତ୍ସା କରିଥିବା ଡାକ୍ତର । ଆଉ ଶୁଣିବାକୁ ମିଳିବନି ସେ ନମ୍ର ସ୍ବର, ସେ ନମ୍ର ବ୍ୟବହାର, ସେ ପରିବାର ଲୋକ ଭଳି ସ୍ନେହୀ ଥିଲେ । ଚାଲିଗଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର । ବିଶିଷ୍ଟ ଡାକ୍ତର, ପଦ୍ମଶ୍ରୀ ସମ୍ମାନିତ ତଥା ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି । ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବରିଷ୍ଠ ଚିକିତ୍ସକ । ତାଙ୍କ ବିୟୋଗରେ ରାଜ୍ୟ ଜଣେ ଅଭିଜ୍ଞ ଚିକିତ୍ସକ, ଦକ୍ଷ ବ୍ୟକ୍ତିତ୍ବ ଏବଂ ଚିକିତ୍ସା ସେବାକୁ ଜୀବନର ମୂଳମନ୍ତ୍ର କରିଥିବା ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଛି ।
ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଡାକ୍ତର ଅଶୋକ ମହାପାତ୍ରଙ୍କ ନାଁ ରାଜ୍ୟର ସ୍ୱାସ୍ଥ୍ୟସେବା ଇତିହାସରେ ସ୍ମରଣୀୟ ହୋଇ ରହିବ । ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରୀଙ୍କ ରିପୋର୍ଟ ।

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments