Homeଗଞ୍ଜାମବାତ୍ୟା ପୀଡିତାଙ୍କୁ ସହଯୋଗର ହାତ ବଢ଼ାଇଲେ "ଗଞ୍ଜାମ ସେନା" ର ସଦସ୍ୟ  l

ବାତ୍ୟା ପୀଡିତାଙ୍କୁ ସହଯୋଗର ହାତ ବଢ଼ାଇଲେ “ଗଞ୍ଜାମ ସେନା” ର ସଦସ୍ୟ  l

ବେଗୁନିଆପଡା, (ଆମ ଅଧିକାର):ଚଳିତ ବର୍ଷ ଗଞ୍ଜାମ ଜିଲାରେ ବାତ୍ୟା ଅର୍ଣ୍ଣବ ର ତାଣ୍ଡବ ଦେଖିବାକୁ ମିଳିଥିବା ବେଳେ ଗଞ୍ଜାମ ର ପୁରୁଷୋତ୍ତମପୁର ଇଲାକା ସମ୍ପୂର୍ଣ ପାଣି ରେ ବୁଡି ରହିଥିଲା । ବନ୍ୟାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖାଦ୍ୟ, ପାନୀୟ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ବିନା ଲୋକେ ଆଉଟୁ ପାଉଟୁ ହେଉଥିଲେ । ଏନେଉ ପ୍ରଶାସନ ତଥା ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା କରାଯାଇଥିବା ବେଳେ “ଗଞ୍ଜାମ ସେନା” ଭଳି ସାମାଜିକ ଅନୁଷ୍ଠାନ ପୀଡିତଙ୍କ ପାଖରେ ପହଞ୍ଚି ରିଲିଫ ବଣ୍ଟନ କରିବା ସହିତ ସେମାନଙ୍କୁ ସାହସ ପ୍ରଦାନ କରିଥିଲେ । ରବିବାର ଦିନ ଗଞ୍ଜାମର ସଦସ୍ୟ ମାନଙ୍କ ମିଳିତ ସହଯୋଗରେ ଏହି ଅନୁଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ଏବଂ ପାନୀୟ ଜଳ ବଣ୍ଟନ କରାଯାଇଥିବାରୁ ଅନୁଷ୍ଠାନ ପ୍ରତି ବିଭିନ୍ନ ମହଲରୁ ପ୍ରଶଂସାର ଶୁଅ ଛୁଟିଛି । ଏହି ଅନୁଷ୍ଠାନର ସଦସ୍ୟ ନୟନ କୁମାର ସ୍ୱାଇଁ, ମନୋଜ ଭୂୟାଁ, ବିନାୟକ ଭୂୟାଁ,ଗାନ୍ଧୀ ସେଠୀ, ଯୁଗୁନୁ ବେହେରା,ଆଲୋକ ସ୍ୱାଇଁ, ଭଗବାନ ଗୌଡ଼, ପ୍ରଶାନ୍ତ ସାହୁ,ପଦ୍ମନାଭ ସେଠୀ, ଉପେନ୍ଦ୍ର ସେଠୀ,ଶୁଭମ ସେଠୀ, ପ୍ରଭାତ କୁମାର ନାୟକ,ଟୁକୁନା ବେହେରା, ଅରୁଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ ର ହାତ ବଢ଼ାଇଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

RELATED ARTICLES

Leave a Reply

- Advertisment -
Google search engine

Most Popular

Recent Comments