ପରୀକ୍ଷା ଦେଲେ ୯୯୭୯ ପରୀକ୍ଷାର୍ଥୀ
ବେଗୁନିଆପଡା, (ଆମ ଅଧିକାର):ବେଗୁନିଆପଡ଼ା ବ୍ଲକରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ରବିବାର ବ୍ଲକ ର ବିଭିନ୍ନ ବିଦ୍ୟାଳୟ ଓ ପରୀକ୍ଷା କେନ୍ଦ୍ରରେ ଫାଉଣ୍ଡେସନାଲ୍ ଲିଟେରାସି ଆଣ୍ଡ ନ୍ୟୁମେରାସି ଆସେସମେଣ୍ଟ ଟେଷ୍ଟ (FLNAT) ଅନୁଷ୍ଠିତ ହୋଇଯାଇଛି। ଏହି ଟେଷ୍ଟ ରେ ପ୍ରାୟ ୯୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୪୫୫୭ ଜଣ ପୁରୁଷ ହୋଇଥିବା ବେଳେ ୫୪୨୨ ଜଣ ମହିଳା ପରୀକ୍ଷାର୍ଥୀ ମଧ୍ୟ ଅଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଟେଷ୍ଟ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଯାଇଛି। ୧୫ ବର୍ଷ ବା ତା’ଠାରୁ ଊର୍ଦ୍ଧ୍ୱ ବୟସ୍କ ନିରକ୍ଷର ବ୍ୟକ୍ତିଙ୍କୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ଏହି ଉଲ୍ଲାସ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ଅଟେ ।
ରିପୋର୍ଟ :ଦେବାଶିଷ ମହାରଣା


